ତିହାର ଢାଞ୍ଚାରେ ହେବ ଚୌଦ୍ୱାର ଓ ଝାରପଡା ଜେଲର ସୁରକ୍ଷା ବ୍ୟବସ୍ଥା, କଏଦୀମାନଙ୍କ ଉପରେ ନଜର ରଖିବ ଡ୍ରୋନ୍ କ୍ୟାମେରା

ଭୁବନେଶ୍ୱର- କଏଦୀମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଚୌଦ୍ୱାର ଓ ଝାରପଡା ଜେଲରେ ଡ୍ରୋନ ମୁତୟନ କରାଯିବ । କଏଦୀଙ୍କୁ ଜଗିବ ଡ୍ରୋନ । ଦୁଇ ଜେଲରେ ଉଡିବ ଡ୍ରୋନ କ୍ୟାମେରା । ତିହାର ଜେଲ ଢାଞ୍ଚାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବ ଜେଲ୍ ବିଭାଗ । ଉଭୟ ଚୌଦ୍ୱାର ଓ ଝାରପଡା ଜେଲରେ ଟେଲିଫୋନ ବୁଥ୍ ବ୍ୟବସ୍ଥା ବି କରାଯିବ । ଉଭୟ ଜେଲରେ ୪ଟି ଲେଖାଏଁ ବୁଥ ଖୋଲାଯିବ । କଏଦୀମାନେ ନିଜ ଘରର ଦୁଇଟି ନମ୍ବର ଏହି ବୁଥରେ ଦେବେ । କେବଳ ଦେଇଥିବା ନମ୍ବରକୁ ହିଁ ଫୋନ୍ କରିହେବ । କଏଦୀମାନେ କେବଳ ୫ ମିନିଟ ଯାଏଁ ହିଁ କଥା ହୋଇପାରିବେ । ଅଧିକ ସମୟ ହେଲେ ଫୋନ୍ ଆପେ ଆପେ କଟିଯିବ ।

Comments are closed.