ମମିତା ମେହର ନିଖୋଜ ମାମଲାରେ ଗୋବିନ୍ଦ ସାହୁ ଗିରଫ

ବଲାଙ୍ଗିର- ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରାପଡିଛି । ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଂଚାୟତ ବୁଢିପଦର ଗାଁର ଏକ ଆଖୁ ବାଡିରେ ଗୋବିନ୍ଦ ଲୁଚିଥିବା ଗାଁ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପଂହଚି ଗୋବିନ୍ଦକୁ ଧରିଛି । ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଗୋବିନ୍ଦଙ୍କ ହାତ ଥିବା ପରିବାର ଲୋକ ଅଭିଯୋଗ କରିବା ପରେ ତାକୁ ଅଟକ ରଖିଥିଲା ପୋଲିସ । ତେବେ, ପୋଲିସକୁ ଚକମା ଦେଇ ସୋମବାର ହାଜତରୁ ଚଂପଟ ମାରିଥିଲା ଗୋବିନ୍ଦ । ପୋଲିସକୁ ଧରିବା ପାଇଁ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ଏପରିକି ତା ବିଷୟରେ ସୂଚନା ଦେବା ପାଇଁ ପୁରସ୍କାର ଘୋଷଣା କରିବା ସହ ମୋଷ୍ଟ ୱାଂଟେଡ୍ ଭାବେ ଘୋଷଣା କରିଥିଲା ବଲାଙ୍ଗିର ପୋଲିସ ।

Comments are closed.