ଅକ୍ଟୋବର-ନଭେମ୍ବର ପାଇଁ ବିଏମସିର ପୂଜା ଗାଇଡଲାଇନ

ଭୁବନେଶ୍ୱର- ଲକ୍ଷ୍‌ମୀ ପୂଜା, କାଳୀ ପୂଜା, କାର୍ତ୍ତିକ ବ୍ରତ ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଭୁବନେଶ୍ୱର ମହାନଗର ନିଗମ-ବିଏମସି ଗାଇଡଲାଇନ ଜାରି କରିଛି । କୋଭିଡ-୧୯ କଟକଣା ମଧ୍ୟରେ ମଣ୍ଡପରେ ପୂଜା ହେବ । ବିଏମସି ଅଧୀନରେ ପୂଜା ପାଇଁ କମିଶରେଟ ପୋଲିସର ଅନୁମତି ବାଧ୍ୟତାମୂଳକ । ପୂଜା ବେଳେ ମଣ୍ଡପରେ ଏକା ସମୟରେ ସର୍ବାଧିକ ୭ ଜଣ ହିଁ ରହିବେ । କେବଳ ରୀତିନୀତିକୁ ଗୁରୁତ୍ୱ ଦିଆଯିବ । ପୂଜା ମଣ୍ଡପକୁ ୩ ପାଶ୍ୱର୍ରୁ ବନ୍ଦ କରାଯିବ । ଭକ୍ତମାନେ ମଣ୍ଡପକୁ ଦର୍ଶନ ପାଇଁ ଯାଇପାରିବେ ନାହିଁ । ମୂର୍ତ୍ତି ଉଚ୍ଚତା ସର୍ବାଧିକ ୪ ଫୁଟ ମଧ୍ୟରେ ରହିବ ।

Comments are closed.