ରାଜ୍ୟରେ ୫୫୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ୨୭୯

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୫୫୯ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୩୨୧ ଓ ସ୍ଥାନୀୟ ଅଂଚଳରୁ ୨୩୮ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୭୧ ଜଣ ଶିଶୁ ଓ କିଶୋର ।

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୨୭୯ ଆକ୍ରାନ୍ତ । କଟକ ଜିଲ୍ଲାରୁ ୫୪, ବୌଦ୍ଧରୁ ୧୮, ସମ୍ବଲପୁରରୁ ୧୬, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୪, ପୁରୀରୁ ୧୪, ବାଲେଶ୍ୱରରୁ ୧୨, ଢେଙ୍କାନାଳରୁ ୧୦, ସୁନ୍ଦରଗଡରୁ ୧୦, ନୟାଗଡରୁ ୯, ମୟୂରଭଞ୍ଜରୁ ୮,କୋରାପୁଟରୁ ୬, ଭଦ୍ରକରୁ ୫, ଗଞ୍ଜାମରୁ ୪, କେନ୍ଦ୍ରାପଡାରୁ ୪, ବଲାଙ୍ଗୀରରୁ ୩, ଅନୁଗୁଳରୁ ୨, ଦେବଗଡରୁ ୨, ଝାରସୁଗୁଡାରୁ ୨, କନ୍ଧମାଳରୁ ୨, ରାୟଗଡାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏଯାବତ ୧୦ ଲକ୍ଷ ୩୬ ହଜାର ୫୩୨ ଲୋକ କୋରୋନା ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୩ ହଜାର ୩୯୮ । ସକ୍ରିୟ ମାମଲା ରହିଛି ୪ ହଜାର ୭୮୫ ।

Comments are closed.