ବିଜେଡିରେ ସାମିଲ ହେଲେ ଲକ୍ଷ୍ମୀପୁର ପୂର୍ବତନ କଂଗ୍ରେସ ବିଧାୟକ

ଭୁବନେଶ୍ୱର-ବିଜେଡିରେ ସାମିଲ ହୋଇଛନ୍ତି ଲକ୍ଷ୍‌ମୀପୁରର ପୂର୍ବତନ କଂଗ୍ରେସ ବିଧାୟକ କୈଳାସ କୁଲେସିକା ଓ ବ୍ଲକ ଅଧ୍ୟକ୍ଷା । ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି କୈଳାସ । ବିଜେଡି ଯୁବ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି କୈଳାସ । ୨୦୧୪ରୁ ୨୦୧୯ ଯାଏଁ ଲକ୍ଷ୍ମୀପୁରରେ କଂଗ୍ରେସ ବିଧାୟକ ଥିଲେ କୈଳାସ । ୨୦୧୯ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀଙ୍କଠାରୁ ମାତ୍ର ୨୧୯ ଖଣ୍ଡ ଭୋଟରେ ହାରିଥିଲେ । ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଉ ଜଣେ ଟାଣୁଆ କଂଗ୍ରେସ ନେତା ଚନ୍ଦ୍ରଶେଖର ମାଝୀ ବି ବିଜେଡିରେ ଯୋଗ ଦେଇଥିଲେ ।

Comments are closed.