ଆଜିଠାରୁ ଏକାଦଶ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍ ପାଠପଢା, ୨୫ରୁ ଅଷ୍ଟମ ଶ୍ରେଣୀ କ୍ଲାସ

ଭୁବନେଶ୍ୱର- ପୂଜା ଛୁଟି ପରେ ଆଜିଠାରୁ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ଅଫଲାଇନ୍ ପାଠପଢା ଆରମ୍ଭ । ନାମଲେଖା ପ୍ରକ୍ରିୟା ପ୍ରାୟତଃ ସରିଥିବାରୁ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀମାନେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ଦୁଇ କଲେଜରେ ପାଦ ଥାପିବେ । କୋରୋନାକୁ ଦୃଷ୍ଟିରେ ରଖି କ୍ୟାମ୍ପସର ବିଶୋଧନ, ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି । ସକାଳ ୧୦ରୁ ସାଢେ ଗୋଟାଏ ଯାଏଁ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢା ଚାଲିବ । ରାଜ୍ୟରେ କୋରୋନା ସଂକ୍ରମଣ ଜାରି ରହିଥିବାରୁ ଉଭୟ ଅଫଲାଇନ ଓ ଅନଲାଇନରେ ପିଲାମାନେ ପାଠ ପଢିବେ । ଅଭିଭାବକଙ୍କ ସହମତିରେ ଛାତ୍ରଛାତ୍ରୀ କ୍ଲାସ ଆସିବେ । କଂଟେନମେଂଟ୍ ଜୋନରେ ଥିବା ସ୍କୁଲ , କଲେଜ ଖୋଲିବ ନାହିଁ । ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ, କଲେଜ ଖୋଲିବା ସହ ହଷ୍ଟେଲ ମଧ୍ୟ ଆଜିଠୁ ଖୋଲିଛି । ଆସନ୍ତା ୨୫ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ କ୍ଲାସରୁମ ପାଠପଢା ଆରମ୍ଭ ହେବ ।

Comments are closed.