ଟାଙ୍ଗୀ ନିକଟରୁ ପଶ୍ଚିମବଙ୍ଗର ବ୍ରାଉନସୁଗାର ବେପାରୀ ଗିରଫ

ଭୁବନେଶ୍ୱର- ଓଡିଶାରେ ବ୍ରାଉନସୁଗାର ବିକ୍ରି କରିବାକୁ ଆସିଥିବା ପଶ୍ଚିମବଙ୍ଗର ସଫିକୁଲ ଶେଖ ନାମକ ଏକ ବେପାରୀକୁ ଧରିଛିି କ୍ରାଇମବ୍ରାଂଚ୍ ଏସଟିଏଫ୍ । ଜାତୀୟ ରାଜପଥ ଟାଙ୍ଗୀ ନିକଟରୁ ତାକୁ ଧରିଛି ଏସଟିଏଫ । ଅଭିଯୁକ୍ତ ପାଖରୁ ୧ କିଲୋ ୪୩ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ।
୨୦୨୦ରୁ ଏଯାଏଁ ଏସଟିଏଫ ୪୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ କରିଛି । ଏଥିସହ ୮୭ କ୍ୱିଣ୍ଟାଲ ଗଞ୍ଜେଇ ବି ଜବତ କରିସାରିଲାଣି । ୧୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ।

Comments are closed.