ମମିତା ମେହେର ହତ୍ୟା ମାମଲା : ମୃତଦେହ ଠାବ ହୋଇଥିବା ଜାଗାକୁ ଗଲେ ଉତ୍ତରାଂଚଳ ଡିଆଇଜି ଓ ବଲାଙ୍ଗୀର ଏସ୍‌ପି

ଭୁବନେଶ୍ୱର – ମମିତା ମେହେର ହତ୍ୟା ମାମଲାରେ ପୋଲିସର ତଦନ୍ତ ଜାରି ରହିଛି । ଅଭିଯୁକ୍ତ ଗୋବିନ୍ଦ ସାହୁ ୫ ଦିନିଆ ପୋଲିସ ରିମାଣ୍ଡରେ ଥିବା ବେଳେ ଅଧିକ ତଦନ୍ତ ପାଇଁ ମମିତାଙ୍କ ମୃତଦେହ ଠାବ ହୋଇଥିବା ସ୍ଥାନରେ ପହଂଚିଛନ୍ତି ଉତ୍ତରାଂଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗୀର ଏସପି । ପରକୀୟା ପ୍ରୀତି ସଂପର୍କରେ ଜାଣିଥିବାରୁ ମମିତାଙ୍କୁ ଗୋବିନ୍ଦ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା ବୋଲି ଗତକାଲି ଉତ୍ତରାଂଚଳ ଡିଆଇଜି ପ୍ରେସମିଟରେ ଖୁଲାସା କରିଥିଲେ । ଆହୁରି ବି ଜଣାପଡିଛି ଯେ, ଗୋବିନ୍ଦ ମମିତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ ଭାବେ କାଟି ପୋଡି ଦେଇଥିଲା ।

Comments are closed.