ଭୁବନେଶ୍ୱର ଜୁନିଅର ହକି ବିଶ୍ୱକପ୍ : ପୁଲ୍ ‘ବି’ରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ, ନଭେମ୍ବର ୨୪ରେ ଫ୍ରାନସ ବିପକ୍ଷରେ ଅଭିଯାନ

ଭୁବନେଶ୍ୱର- କଳିଙ୍ଗ ହକି ଷ୍ଟାଡିୟମରେ ଜୁନିଅର ବିଶ୍ୱକପ୍ ହକି ପାଇଁ ପାଇଁ ଚୂଡାନ୍ତ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଟୁର୍ଣ୍ଣାମେଂଟ ପାଇଁ ଜାରି ହୋଇଛି ଖେଳ ସୂଚୀ । ଗତଥରର ଚାମ୍ପିଅନ ଭାରତ ପୁଲ୍ ବି ରେ ସ୍ଥାନ ପାଇଛି । ଏହି ପୁଲ୍‌ର ଅନ୍ୟ ଟିମ୍ ହେଲେ- ଫ୍ରାନସ, କାନାଡା ଓ ପୋଲାଣ୍ଡ । ଇଂଲଣ୍ଡ ବଦଳରେ ପୋଲାଣ୍ଡକୁ ଟୁର୍ଣ୍ଣାମେଂଟରେ ସ୍ଥାନ ମିଳିଛି । ନଭେମ୍ବର ୨୪ ତାରିଖରେ ପ୍ରତିଯୋଗିତାର ଉଦଘାଟନୀ ଦିନରେ ଭାରତ, ଫ୍ରାନସ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ନଭେମ୍ବର ୨୫ରେ ଭାରତ କାନାଡାକୁ ଭେଟିବ । ନଭେମ୍ବର ୨୭ ତାରିଖରେ ପୋଲାଣ୍ଡ ସହ ଭାରତ ନିଜର ଶେଷ ଗ୍ରୁପ୍ ମ୍ୟାଚ ଖେଳିବ । ଏଥରର ଟୁର୍ଣ୍ଣାମେଂଟରେ ୧୬ଟି ଟିମକୁ ୪ଟି ପୁଲ୍‌ରେ ବିଭକ୍ତ କରାଯାଇଛି । ପୁଲ୍ ଏ ରେ ବେଲଜିୟମ, ଦକ୍ଷିଣ ଆଫ୍ରିକା, ମାଲେସିଆ ଓ ଚିଲି ଥିବା ବେଳେ ପୁଲ୍ ସି ରେ ନେଦରଲ୍ୟାଣ୍ଡସ, ସ୍ପେନ, ଦକ୍ଷିଣ କୋରିଆ ଓ ଆମେରିକା ସ୍ଥାନ ପାଇଛନ୍ତି । ଜର୍ମାନୀ, ଆର୍ଜେଣ୍ଟିନା, ପାକିସ୍ତାନ ଓ ଇଜିପ୍ଟ ପୁଲ୍ ଡି ରେ ସ୍ଥାନ ପାଇଛନ୍ତି । ପ୍ରତ୍ୟେକ ପୁଲ୍‌ର ଦୁଇ ଶ୍ରେଷ୍ଠ ଦଳ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେବେ । ଡିସେମ୍ବର ପହିଲାରେ କ୍ୱାର୍ଟର ଫାଇନାଲ ଖେଳାଯିବ । ଡିସେମ୍ବର ୩ରେ ସେମିଫାଇନାଲ ଓ ୫ ତାରିଖରେ ଖେଳାଯିବ ଫାଇନାଲ୍ ।

Comments are closed.