ରାଜ୍ୟରେ ଆଉ ୪୨୫ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ଆଉ ୪୨୫ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୪୨୫ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୨୪୯ ଓ ସ୍ଥାନୀୟ ଅଂଚଳରୁ ୧୭୬ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୭୧ ଶିଶୁ ଓ କିଶୋର ।

ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୧ ଓ କଟକରୁ ୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୨୦, ବାଲେଶ୍ୱରରୁ ୧୫, ସମ୍ବଲପୁରରୁ ୧୪, ଯାଜପୁରରୁ ୧୧, ଭଦ୍ରକରୁ ୧୧, ଜଗତସିଂହପୁରରୁ ୧୦, ପୁରୀରୁ ୮, ନୟାଗଡରୁ ୬, ଦେବଗଡରୁ ୬, ରାୟଗଡାରୁ ୪, ଗଜପତିରୁ ୪, ସୁନ୍ଦରଗଡରୁ ୩, ନୂଆପଡାରୁ ୩, କେନ୍ଦ୍ରାପଡାରୁ ୩, ଢେଙ୍କାନାଳରୁ ୩, ଝାରସୁଗୁଡାରୁ ୨, ଅନୁଗୁଳରୁ ୨, କେନ୍ଦୁଝରରୁ ୧, କୋରାପୁଟରୁ ୧, ନବରଙ୍ଗପୁରରୁ ୧, ସୁବର୍ଣ୍ଣପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମ ସମେତ ୭ଟି ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ।

ରାଜ୍ୟରେ ଏଯାଏଁ ୧୦ ଲକ୍ଷ ୩୮ ହଜାର ୮୩୬ ଲୋକ କୋରୋନା ସଂକ୍ରମିତ ହୋଇସାରିଛନ୍ତି । ୧୦ ଲକ୍ଷ ୨୫ ହଜାର ୯୧୭ ଲୋକ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪ ହଜାର ୫୫୪ରେ ପହଂଚିଛି ।

COVID-19covid-19 Odisha