ଜାତୀୟ ଓପନ୍ ଜାଭେଲିନ ଥ୍ରୋ ସ୍ୱର୍ଣ୍ଣ ବିଜେତା କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ଜାତୀୟ ଓପନ୍ ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡିଶାର କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀର ଆୟୋଜିତ ଚାମ୍ପିଅନସିପରେ କିଶୋର ଜେନା ୭୪ ଦଶମିକ ୨୬ ମିଟର ଯାଏଁ ଜାଭେଲିନ ଥ୍ରୋ କରି ପ୍ରଥମ ସ୍ଥାନରେ ରହିଥିଲେ । ମୁଖ୍ୟମନ୍ତ୍ରୀ କିଶୋରଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ସଫଳତା ନେଇ ଶୁଭେଚ୍ଛା ଜଣାଇଛନ୍ତି ।

Comments are closed.