ବାଣ ବିକ୍ରିକୁ ଅନୁମତି ସଂପର୍କିତ ଆବେଦନ ହାଇକୋର୍ଟରେ ଖାରଜ | News Room Odisha

ବାଣ ବିକ୍ରିକୁ ଅନୁମତି ସଂପର୍କିତ ଆବେଦନ ହାଇକୋର୍ଟରେ ଖାରଜ

କଟକ- ଦୀପାବଳୀରେ ଗ୍ରୀନ କ୍ରାକର ବିକ୍ରି ପାଇଁ ଅନୁମତି ଦେବା ସଂପର୍କିତ ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ଅଲ୍ ଓଡିଶା ଫାୟାର ୱାର୍କର୍ସ ଡିଲର୍ସ ଆସୋସିଏସନ ପକ୍ଷରୁ ଏହି ଆବେଦନ କରାଯାଇଥିଲା । ତେବେ, ଏହା ପଂଜୀକୃତ ସଂସ୍ଥା ହୋଇ ନ ଥିବାରୁ ଆବେଦନ ଅଗ୍ରାହ୍ୟ ହୋଇଛି । ସଂସ୍ଥା ପକ୍ଷରୁ ସାନି ଆବେଦନ କରିହେବ ବୋଲି ହାଇକୋର୍ଟ କହିଛନ୍ତି । ରାଜ୍ୟ ସରକାର ଦୀପାବଳୀରେ ବାଣ ବିକ୍ରି ଓ ବାଣଫୁଟା ଉପରେ ନିଷେଧାଦେଶ ଜାରି କରିଛନ୍ତି । ସେପଟେମ୍ବର ୩୦ରେ ଏ ନେଇ ଜାରି ହୋଇଥିଲା ସ୍ୱତନ୍ତ୍ର ଗାଇଡଲାଇନ୍ । ଏହାକୁ ଚ୍ୟାଲେଂଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା ।