ମୁଖ୍ୟମନ୍ତ୍ରୀଙ୍କୁ ନୈତିକତାର ପାଠ ପଢାନ୍ତୁ ନାହିଁ ବିରୋଧୀ : ବିଜେଡି

ଭୁବନେଶ୍ୱର- ମମିତା ହତ୍ୟା ଘଟଣାରେ ବିଜେପି କେନ୍ଦ୍ରୀୟ ଟିମକୁ କଡା ଜବାବ ଦେଇଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ନୈତିକତାର ପାଠ ପଢାନ୍ତୁ ନାହିଁ ବୋଲି ଦଳ କହିଛି । ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ, କାର୍ଯ୍ୟାନୁଷ୍ଠାନ ନେବାରେ ମୁଖ୍ୟମନ୍ତ୍ରୀ ଆଗୁଆ । ଯାହା ଉପରେ ଦୁର୍ନୀତିର ଛାୟା ପଡେ, ନବୀନ ଆକ୍ସନ ନିଅନ୍ତି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ସ୍ପଷ୍ଟୀକରଣ ଦେଇସାରିଛନ୍ତି । ଏହି ଘଟଣାକୁ ବିରୋଧୀ ପଂଚାୟତ ନିର୍ବାଚନ ପାଇଁ ଅସ୍ତ୍ର କରି ରାଜନୈତିକ ରୂପ ଦେଉଛନ୍ତି ବୋଲି କହି କଡା ସମାଲୋଚନା କରିଛନ୍ତି ପ୍ରତାପ ଦେବ ।

Comments are closed.