ଆଜି ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ, ତୃମମୂଳସ୍ତରରେ ଦଳକୁ ସୁଦୃଢ କରିବାକୁ ଦିଆଯିବ ଗୁରୁମନ୍ତ୍ର

ପୁରୀ- ଆଜି ବିଜୁ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଆୟୋଜିତ ହେଉଛି । ବିଜେଡିକୁ ତୃଣମୂଳସ୍ତରରେ ଆହୁରି ଶକ୍ତିଶାଳୀ କରିବା ପାଇଁ ଗୁରୁମନ୍ତ୍ର ଦିଆଯିବ । ଏଥିରେ ନୟାଗଡ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ମାହାଙ୍ଗା ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା,ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ,ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବରିଷ୍ଠ ବିଜେଡି ନେତା ମହେଶ୍ୱର ମହାନ୍ତି ପ୍ରମୁଖ ଯୋଗ ଦେବେ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶକ୍ରମେ ଏଭଳି ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଛି । ତୃଣମୂଳସ୍ତରରେ ଦଳକୁ ଆହୁରି ସୁଦୃଢ କରିବା ହେଉଛି ଏହି ପ୍ରଶିକ୍ଷଣର ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଯେଭଳି ଗାଁରେ ପହଂଚିବ, ସେ ଉପରେ ଗୁରୁତ୍ୱ ଦିଆଯିବ । ଗତକାଲି ବିଜୁ ଯୁବ ଜନତା ଦଳର ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା ।

Comments are closed.