ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ରାଜସ୍ଥାନ ଲିଙ୍କ୍ !

ଭୁବନେଶ୍ୱର- ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଓଡିଶା ପରେ ଆସିଲା ରାଜସ୍ଥାନ ଲିଙ୍କ୍ । ରାଜସ୍ଥାନର ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ହନିଟ୍ରାପରେ ଫସାଯାଇଥିବା ବିଷୟ ସାମନାକୁ ଆସିଛି । ସଂପୃକ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ରହସ୍ୟମୟୀ ମହିଳା ଜଣକ ଫସାଇଥିବା ସନ୍ଦେହ କରାଯାଉଛି । କର୍ମଚାରୀଜଣକ ଅଫିସ୍‌ର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମହିଳାଙ୍କୁ ପଠାଇଥିବା ଜଣାପଡିଛି । ଏହି ଘଟଣା ସାମନାକୁ ଆସିଲା ପରେ ଓଡିଶା କ୍ରାଇମବ୍ରାଂଚ ସହ ଯୋଗାଯୋଗ କରିିଛି ରାଜସ୍ଥାନ ସିଆଇଡି । ଚଳିତମାସ ୧୫ ତାରିଖରେ ରାଜସ୍ଥାନ ସିଆଇଡିରେ ଏ ନେଇ ମାମଲା ରୁଜୁ ହୋଇଛି । ଗତମାସରେ ଚାନ୍ଦିପୁର ଡିଆରଡିଓରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନେ ହନିଟ୍ରାପରେ ଫସି ଜଣେ ମହିଳାଙ୍କୁ ତଥ୍ୟ ଲିକ୍ କରୁଥିବା ଜଣାପଡିଥିଲା ।

Comments are closed.