ଓଡିଶାରେ କୋରୋନା ସଂକ୍ରମଣ ସ୍ଥିର : ଡିଏମଇଟି

ଭୁବନେଶ୍ୱର- ଓଡିଶାରେ ଗତ ୭ ଦିନ ହେଲା ସଂକ୍ରମଣ ୪ ଶହରୁ ୬ଶହ ମଧ୍ୟରେ ରହୁଛି । ଡବଲିଙ୍ଗ୍ ଟାଇମ କମିଲେ ସଂକ୍ରମଣ କମିବ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ବିଶ୍ୱର କିଛି ଦେଶରେ କୋରୋନା ସଂକ୍ରମଣ ପୁଣି ବଢିଛି । ହେଲେ ଓଡିଶାରେ ସଂକ୍ରମଣ ସ୍ଥିର ରହିଛି । କୋରୋନା ସଂପୂର୍ଣ୍ଣ ରୂପେ ନ ଗଲା ଯାଏଁ କଡାକଡି ଭାବେ ନିୟମ ପାଳନ କରିବାକୁ ହେବ ବୋଲି ସେ କହିଛନ୍ତି । ଅନ୍ୟ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଓଡିଶାରେ ସର୍ଭିଲାନ୍ସକୁ ଆହୁରି ଅଧିକ କରିବାକୁ ହେବ । ଯାତାୟତ କ୍ଷେତ୍ରରେ କଟକଣା ପ୍ରତି ଧ୍ୟାନ ଦେବାକୁ ହେବ । ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଂଟ ଉପରେ ଆହୁରି ଅଧିକ ଧ୍ୟାନ ଦେବାକୁ ପଡିବ ବୋଲି ଡିଏମଇଟି କହିଛନ୍ତି ।

Comments are closed.