ନଭେମ୍ବରରେ ପ୍ରଥମ ବର୍ଷ ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢା

ଭୁବନେଶ୍ୱର- ନଭେମ୍ବରରେ ପ୍ରଥମ ବର୍ଷ ୟୁଜି ଓ ପ୍ରଥମ ବର୍ଷ ପିଜି ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢା ଆରମ୍ଭ ହେବ । ନଭେମ୍ବର ପହିଲାରୁ ପ୍ରଥମ ବର୍ଷ ୟୁଜି ଶ୍ରେଣୀଗୃହ ପାଠପଢା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ନଭେମ୍ବର ୧୫ରୁ ଆରମ୍ଭ ହେବ ପ୍ରଥମ ବର୍ଷ ପିଜି ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢା । ନୂଆକରି ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ କ୍ଲାସରୁମ ପାଠପଢା ଆରମ୍ଭ ହେବ । କୋଭିଟ କଟକଣାରେ ଅଫଲାଇନ ପାଠ ପଢା ନେଇ ନିଷ୍ପତ୍ତି ନିଆଯାଇଛି । ଏ ନେଇ ବିଶ୍ୱବିଦ୍ୟାଳୟ ଓ କଲେଜମାନଙ୍କୁ ଉଚ୍ଚ ଶିଭା ସଚିବ ଚିଠି ଲେଖି ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ମାସ ୨୧ ତାରିଖରୁ ଏକାଦଶ ଶ୍ରେଣୀ ଓ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ କ୍ଲାସରୁମ ପାଠପଢା ଆରମ୍ଭ ହୋଇଛି ।

Comments are closed.