ନଭେମ୍ବର ୧ ତାରିଖରୁ ପୁରୀବାସୀଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

ପୁରୀ- ନଭେମ୍ବର ପହିଲାରୁ ପୁରୀବାସୀଙ୍କ ଲାଗି ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ଖୋଲିବା ପାଇଁ ପୁରୀବାସୀ ଦାବି କରିଆସୁଥିଲେ । ଏଣିକି ପୁରୀବାସୀ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ପ୍ରବେଶ କରି ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଅନ୍ୟମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ଏସଓପି ଅନୁସାରେ ହେବ ମହାପ୍ରଭୁଙ୍କ ଦର୍ଶନ ।

Comments are closed.