ପଞ୍ଚାୟତ ନିର୍ବାଚନ ନେଇ ନଭେମ୍ବର ୬ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର- ପଂଚାୟତ ନିର୍ବାଚନ ନେଇ ଆଲୋଚନା କରିବାକୁ ନଭେମ୍ବର ୬ ତାରିଖରେ ଡକାଯାଇଛି ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଡକାଯାଇଛି ସର୍ବଦଳୀୟ ବୈଠକ । ସବୁ ଦଳର ନେତାଙ୍କ ସହ ଆଲୋଚନା କରି ମତାମତ ଲୋଡିବେ କମିଶନ । କୋଭିଡ ଦୃଷ୍ଟିରୁ ସବୁ ଦଳରୁ ସର୍ବାଧିକ ୨ ଜଣ ଲେଖାଏଁ ବୈଠକରେ ଯୋଗ ଦେବେ । ପଂଚାୟତ ନିର୍ବାଚନ ନେଇ ରାଜ୍ୟ ସରକାର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ଆସନ୍ତାବର୍ଷ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହୋଇପାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ।

Comments are closed.