କୋଟିପତି ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ରିମାଣ୍ଡରେ ଆଣିବ ଭିଜିଲାନ୍ସ

ଭୁବନେଶ୍ୱର- ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ରିମାଣ୍ଡରେ ଆଣିବ ଭିଜିଲାନ୍ସ । ଗତକାଲି ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କ ଘର ସମେତ ୫ଟି ଠିକଣା ଉପରେ ଚଢାଉ କରିଥିଲା ଭିଜିଲାନ୍ସ । ଜବତ ସଂପତ୍ତି ତାଲିକା କରିବା ପରେ ପ୍ରସନ୍ନଙ୍କୁ ରିମାଣ୍ଡରେ ନେବ ଭିଜିଲାନ୍ସ । ଗତକାଲି ୫ଟି ସ୍ଥାନରେ ଚଢାଉ କରି ପ୍ରସନ୍ନଙ୍କ ୫ କୋଟିରୁ ଅଧିକ ସଂପତ୍ତି ଠାବ କରିଛି ଭିଜିଲାନ୍ସ । ୨୧ଟି ବ୍ୟାଙ୍କ ପାସବୁକ୍ ଓ ୫୦ ଲକ୍ଷ ଟଙ୍କାର ବୀମା ଜବତ ହୋଇଛି । ସୁନ୍ଦରପଦାରେ ପତ୍ନୀ ନୀଁରେ ୨୪ ଲକ୍ଷ ଟଙ୍କାର ଫ୍ଲାଟ୍ ଓ ପୈତୃକ ଗାଁରେ ୪୫ ଲକ୍ଷ ଟଙ୍କାର ଜମି ଠାବ କରିଛି ଭିଜିଲାନ୍ସ ।

Comments are closed.