ମମିତା ମେହେର ହତ୍ୟା ମାମଲା : ଗୃହ ରାଷ୍ଟ୍ରମନ୍ତ୍ରୀ କହିଲେ, ସଂପୃକ୍ତିର ପ୍ରମାଣ ମିଳିଲେ ସାଧାରଣ ଜୀବନରୁ ନେବେ ସନ୍ନ୍ୟାସ

ଭୁବନେଶ୍ୱର- କଳାହାଣ୍ଡିରେ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମାଣିକେଶ୍ୱରୀଙ୍କ ନାଁରେ ଶପଥ କରି ସେ ସଂପୃକ୍ତ ନ ଥିବା କହିଛନ୍ତି ଦିବ୍ୟଶଙ୍କର । ଏ ନେଇ ସେ ବିବୃତି ଜାରି କରିଛନ୍ତି । ସଂପୃକ୍ତିର ପ୍ରମାଣ ଦେଲେ ସାଧାରଣ ଜୀବନରୁ ସେ ସନ୍ନ୍ୟାସ ନେବେ ବୋଲି କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ । ପ୍ରମାଣ ଥିଲେ କୋର୍ଟ ଓ ପୋଲିସରେ ଦାଖଲ କରିବାକୁ ସେ କହିଛନ୍ତି । ବ୍ୟକ୍ତିଗତ ଆକ୍ରୋଶ ଓ ଉଦ୍ଦେଶ୍ୟମୂଳକ ଖବର ପ୍ରସାରଣରୁ ବିରତ ରହିବାକୁ ରାଜନୈତିକ ଦଳ ଓ ଗଣମାଧ୍ୟମକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି । ଚରିତ୍ର ସଂହାର କରିଥିବାରୁ ୩ଟି ଗଣମାଧ୍ୟମ ନାଁରେ ତାଙ୍କ ପରିବାର ମାନହାନି ମୋକଦ୍ଦମା ଦାୟର କରିଛନ୍ତି ବୋଲି କହିଛନ୍ତି ଦିବ୍ୟଶଙ୍କର ।

Comments are closed.