ରାଜ୍ୟରେ ୪୮୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ | News Room Odisha

ରାଜ୍ୟରେ ୪୮୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୪୮୮ କୋରୋନା ଆକ୍ରାନ୍ତ । ଦୁଇ ଦିନ ପରେ ପୁଣି ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୪ ଶହ ଉପରେ ରହିଛି । ସଙ୍ଗରୋଧରୁ ୨୮୫ ଓ ସ୍ଥାନୀୟ ଅଂଚଳରୁ ୨୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୭୭ ଜଣ ଅଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୦, କଟକରୁ ୫୪, ମୟୂରଭଞ୍ଜରୁ ୧୯, ପୁରୀରୁ ୧୫, ସୁନ୍ଦରଗଡରୁ ୧୩, ସମ୍ବଲପୁରରୁ ୧୩, ଯାଜପୁରରୁ ୯, ଜଗତସିଂହପୁରରୁ ୯, ଗଞ୍ଜାମରୁ ୮, କେନ୍ଦ୍ରାପଡାରୁ ୮, ବାଲେଶ୍ୱରରୁ ୫, ଗଜପତିରୁ ୫, ଢେଙ୍କାନାଳରୁ ୫, ଝାରସୁଗୁଡାରୁ ୩, ଭଦ୍ରକରୁ ୩, କଳାହାଣ୍ଡିରୁ ୨, ନୟାଗଡରୁ ୨, କେନ୍ଦୁଝରରୁ ୧, ଅନୁଗୁଳରୁ ୧, ନୂଆପଡାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ମୋଟ ୧୦ ଲକ୍ଷ ୪୧ ହଜାର ୪୫୭ ଜଣ କୋରୋନା ସଂକ୍ରମିତ ହୋଇଛନ୍ତି । ୧୦ ଲକ୍ଷ ୨୮ ହଜାର ୬୯୭ ଜଣ ସୁସ୍ଥ ହୋଇସାରିଛନ୍ତି । ୪ ହଜାର ୩୭୪ ଜଣ ଚିକିତ୍ସାଧୀନ ଅଛନ୍ତି ।