ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱରରେ ବିଜୁ ଛାତ୍ର ଜନତା ଦଳର ସାଇକେଲ ରାଲି | News Room Odisha

ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱରରେ ବିଜୁ ଛାତ୍ର ଜନତା ଦଳର ସାଇକେଲ ରାଲି

ଭୁବନେଶ୍ୱର- ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇଛି ବିଜେଡି । ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱରରେ ସାଇକେଲ ରାଲି କରିଛି ବିଜୁ ଛାତ୍ର ଜନତା ଦଳ । କେଶରୀ ହଲ୍ ଛକରୁ ସାଇକେଲ ରାଲି ବାହାର କରାଯାଇଥିଲା । ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ରୁଦ୍ର ପ୍ରତାପ ମହାରଥୀ ପ୍ରମୁଖ ରାଲିରେ ଭାଗ ନେଇଛନ୍ତି । ଦରଦାମ ବୃଦ୍ଧି ପ୍ରତିବାଦରେ ଧାରଣା ଓ ବିକ୍ଷୋଭ ବି ଆୟୋଜିତ ହେଉଛି ।