ଆଜିଠାରୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା- ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ପୁଣି ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ବର୍ଷା ଋତୁ ପାଇଁ ବନ୍ଦ ରହିଥିଲା ଅଭୟାରଣ୍ୟ । ଶୀତ ଦିନ ଆସିଥିବାରୁ ପୁଣି ଏହାକୁ ଖୋଲାଯାଇଛି । ଏଥର ମଧ୍ୟ ବାରିପଦା ପଟୁ ପିଠାବଟା ଗେଟ୍ ଓ ଯଶୀପୁର ପଟୁ କାଳିଆମି ଗେଟ୍ ଦେଇ ପର୍ଯ୍ୟଟକ ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରିପାରିବେ । ସକାଳ ୬ରୁ ୯ଟା ଯାଏଁ ପର୍ଯ୍ୟଟକମାନେ ନିଜ ଗାଡି ଓ ନାଁ ଠିକଣା ଗେଟରେ ଦାଖଲ କରିପାରିବେ । କୋଭିଡ ଗାଇଡଲାଇନ ମଧ୍ୟରେ ପର୍ଯ୍ୟଟକମାନେ ଅଭୟାରଣ୍ୟ ମଧ୍ୟରେ ବୁଲିବେ । ଶିମିଳିପାଳକୁ ପ୍ଲାଷ୍ଟିକମୁକ୍ତ କରାଯାଇଥିବାରୁ କୌଣସି ପ୍ଲାଷ୍ଟିକ ସାମଗ୍ରୀ ନେଇପାରିବେ ନାହିଁ ପର୍ଯ୍ୟଟକ ।

Comments are closed.