କାଲିଠାରୁ ରାଜ୍ୟରେ ଟିକା ନେଇନଥିବା ଲୋକଙ୍କୁ ଖୋଜିବା ଅଭିଯାନ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକା ନେଇ ନ ଥିବା ଲୋକଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହେବ । ଆସନ୍ତାକାଲିଠାରୁ ଟିକା ନେଇ ନଥିବା ଲୋକଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଗାଁ ଗାଁରେ ଏଭଳି ଲୋକଙ୍କୁ ଖୋଜିବେ ଆଶାକର୍ମୀ । ଟିକା ନେଇ ନ ଥିବା ଲୋକଙ୍କର ଏକ ତାଲିକା ପ୍ରକାଶ କରାଯିବ । ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ବ୍ୟକ୍ତି ଦ୍ୱିତୀୟ ଡୋଜ୍ ଟିକା ନେଇନାହାନ୍ତି । ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଅଧିକ ଜନସଂଖ୍ୟା ବିଶିଷ୍ଟ ଗାଁରେ ଟିକାକରଣ କେନ୍ଦ୍ର କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

Comments are closed.