ରାଜ୍ୟରେ କୋଭିଡ ଟିକାକରଣ ତ୍ୱରାନ୍ୱିତ ପାଇଁ ଆଜିଠାରୁ ଅଭିଯାନ

ଭୁବନେଶ୍ୱର- କୋଭିଡ ଟିକାକରଣ ତ୍ୱରାନ୍ୱିତ କରିବା ପାଇଁ ଆଜିଠାରୁ ରାଜ୍ୟରେ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ଟିକା ନେଇ ନ ଥିବା ଓ ଗୋଟିଏ ଡୋଜ୍ ନେଇଥିବା ଲୋକଙ୍କ ତଥ୍ୟ ଘର ଘର ବୁଲି ସଂଗ୍ରହ କରାଯିବ । ଏହାପରେ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ସେମାନଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯିବ । ଯେଉଁ ଗାଁରେ ଅଧିକ ଲୋକ ଟିକା ନେଇ ନାହାନ୍ତି, ସେଠାରେ ଟିକାକରଣ କେନ୍ଦ୍ର ଖୋଲାଯିବ । ରାଜ୍ୟରେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତା ଡିସେମ୍ବର ସୁଦ୍ଧା ଅତିକମରେ ଗୋଟିଏ କୋଭିଡ ଡୋଜ୍ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏ ଦୃଷ୍ଟିରୁ ଟିକାକରଣ କେନ୍ଦ୍ର ବୃଦ୍ଧି କରାଯିବ । ରାଜ୍ୟରେ ଏ ଯାଏଁ ୩୦ ଲକ୍ଷ ହିତାଧିକାରୀ ଦ୍ୱିତୀୟ ଡୋଜ୍ ଟିକା ନେଇ ନାହାନ୍ତି ।

Comments are closed.