ଆଉଟସୋର୍ସିଂ ଓ ଠିକା କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର, ନଭେମ୍ବର ପହିଲାରୁ ପିଛିଲା ଭାବେ ଲାଗୁ

ଭୁବନେଶ୍ୱର- ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ଠିକା ସଂସ୍ଥା ଜରିଆରେ ବା ଚୁକ୍ତି ଭିତ୍ତିରେ ନିଯୁକ୍ତ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଛି । ଏ ନେଇ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇ ସୂଚନା ଦିଆଯାଇଛି । ସଂଶୋଧିତ ପାରିଶ୍ରମିକ ଅନୁସାରେ କର୍ମଚାରୀଙ୍କୁ ସର୍ବନିମ୍ନ ୧୦ ହଜାର ୧୦୦ ଟଙ୍କା ଓ ସର୍ବାଧିକ ୨୧ ହଜାର ୧୦୦ ଟଙ୍କା ମିଳିବ । ଏହି ମାସ ପହିଲାରୁ କାର୍ଯ୍ୟରତ ସମସ୍ତ ଆଉଟସୋର୍ସିଂ ଓ ଠିକା କର୍ମଚାରୀଙ୍କୁ ବର୍ଦ୍ଧିତ ହାରରେ ବେତନ ଦିଆଯିବ । ନଭେମ୍ବର ପହିଲା ପରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ କ୍ଷେତ୍ରରେ ବି ବର୍ଦ୍ଧିତ ବେତନ ଲାଗୁ ହେବ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଫଳରେ ୩୩ ହଜାର ଠିକା କର୍ମଚାରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କ ଉପରେ ୧୦୦ କୋଟି ଟଙ୍କାର ବୋଝ ପଡିବ । ଏହି କର୍ମଚାରୀଙ୍କୁ ବର୍ଦ୍ଧିତ ବେତନ ସହ ସାମାଦିକ ସୁରକ୍ଷା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.