ଜୁନିଅର ବିଶ୍ୱକପ୍ ହକି କାଉଣ୍ଟଡାଉନ : ଭୁବନେଶ୍ୱରରେ ପହଞ୍ଚିଲା ଭାରତୀୟ ଦଳ, ୧୫ରୁ ପହଂଚିବେ ଅନ୍ୟ ଟିମ୍

ଭୁବନେଶ୍ୱର- ଆସନ୍ତା ୨୪ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ଜୁନିଅର ବିଶ୍ୱକପ୍ ହକି ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଭାରତୀୟ ହକି ଦଳ ଏଥିପାଇଁ ଭୁବନେଶ୍ୱରରେ ପହଂଚିଛି । ୧୫ ତାରିଖରେ ଅନ୍ୟ ଦଳ ପହଂଚିବା ଆରମ୍ଭ କରିବେ । ବିଶ୍ୱକପ୍‌ରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବେ । ବାୟୋବଲ ପ୍ରକ୍ରିୟାରେ ହେବ ବିଶ୍ୱକପ୍ । କୋଭିଡ କଟକଣାରେ ହେବାକୁ ଥିବା ଏହି ସମ୍ମାନଜନକ ହକି ପ୍ରତିଯୋଗିତାରେ ଦର୍ଶକଙ୍କୁ ଷ୍ଟାଡିୟମରେ ବସି ଖେଳ ଦେଖିବାକୁ ଅନୁମତି ମିିଳିବ ନାହିଁ । ଖେଳାଳି ଓ ଷ୍ଟାଫଙ୍କ ପ୍ରତିଦିନ ଆରଟିପିସିଆର ଟେଷ୍ଟ୍ କରାଯିବ ବୋଲି କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ସୂଚନା ଦେଇଛନ୍ତି । ଖେଳାଳି ଓ ଦଳ ପାଇଁ ଦୁଇଟି ସ୍ୱତନ୍ତ୍ର କୋଭିଡ ହସପିଟାଲ୍ ସଂରକ୍ଷଣ ରଖାଯାଇଛି । ଉଦଘାଟନୀ ଉତ୍ସବ ନିରାଡମ୍ବର ଭାବେ ହେବ ବୋଲି କ୍ରୀଡା ସଚିବ କହିଛନ୍ତି ।

Comments are closed.