ରାଜ୍ୟରେ କୋଭିଡ ଟିକାକରଣରେ ନୂଆ ମାଇଲଖୁଣ୍ଟ, ୪ କୋଟି ଡୋଜ୍ ଟପିଲା

ଭୁବନେଶ୍ୱର- ରାଜ୍ୟରେ ତ୍ୱରାନ୍ୱିତ ହେଉଛି କୋଭିଡ ଟିକାକରଣ । ଟିକାକକରଣରେ ନୂଆ ମାଇଲଖୁଂଟ ଅତିକ୍ରମ କରିଛି ଓଡିଶା । ରାଜ୍ୟରେ ଟିକାକରଣ ୪ କୋଟି ଡୋଜ୍ ଟପିଛି । ରାଜ୍ୟ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟବାସୀଙ୍କ ସହଯୋଗ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ବିଭାଗ କହିବା ସହ ଧନ୍ୟବାଦ ଜଣାଇଛି ।

Comments are closed.