ଦିଲ୍ଲୀ ପ୍ରଦୂଷଣ: ସମ୍ପୂର୍ଣ୍ଣ ଲକଡାଉନ୍ ଲଗାଇବାକୁ ପ୍ରସ୍ତୁତ ବୋଲି କହିଲେ କେଜ୍ରିୱାଲ ସରକାର

ନୂଆଦିଲ୍ଲୀ:ଜାତୀୟ ରାଜଧାନୀରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କେଜ୍ରିୱାଲ ସରକାର ସମ୍ପୂର୍ଣ୍ଣ ଲକଡାଉନ୍ ଲଗାଇବାକୁ ପ୍ରସ୍ତୁତ ଅଛନ୍ତି। ଆଜି ପ୍ରଦୂଷଣ ମାମଲାରେ ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କୁ ଏହା କହିଛନ୍ତି ଦିଲ୍ଲୀ ସରକାର । ଏହା ସହ କେଜ୍ରିୱାଲ ସରକାର କୋର୍ଟଙ୍କୁ କହିଛନ୍ତି ଯେ ଯଦି ପଡୋଶୀ ରାଜ୍ୟ ଅଧୀନରେ ଥିବା ଏନସିଆରରେ ମଧ୍ୟ ଲକଡାଉନ୍ ଲଗାଯାଏ, ତେବେ ଏହା ଅଧିକ ଯୁକ୍ତିଯୁକ୍ତ ହେବ। ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ କେନ୍ଦ୍ର ସରକାରଙ୍କୁ ଏହି ପ୍ରସଙ୍ଗରେ ଏକ ଜରୁରୀ ବୈଠକ ଡାକିବାକୁ କହିଛନ୍ତି ।

ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଦୁଇ ଦିନ ତଳେ ଦିଲ୍ଲୀ ସରକାରଙ୍କୁ କଡ଼ା ନିନ୍ଦା କରିଥିଲେ। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ ଯଦି ଆବଶ୍ୟକ ହୁଏ ତେବେ ଦୁଇ ଦିନିଆ ଲକଡାଉନ୍ ଲଗାଯିବା ଉଚିତ।
ପ୍ରଦୂଷଣ ଦୃଷ୍ଟିରୁ କେଜ୍ରିୱାଲ ସରକାର ଆଜିଠାରୁ ନଭେମ୍ବର ୧୭ ପର୍ଯ୍ୟନ୍ତ ସ୍କୁଲ ଏକ ସପ୍ତାହ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଦିଲ୍ଲୀ ପରେ ହରିୟାଣା ସରକାର ମଧ୍ୟ ଏକ ବଡ ପଦକ୍ଷେପ ନେଇଛନ୍ତି। ନଭେମ୍ବର ୧୭ ପର୍ଯ୍ୟନ୍ତ ଗୁରୁଗ୍ରାମ, ଫରିଦାବାଦ, ସୋନିପତରେ ସବୁ ସ୍କୁଲ୍ ବନ୍ଦ କରିବାକୁ ଖଟ୍ଟର ସରକାର ନିଷ୍ପତ୍ତି ନେଇଛନ୍ତି।

Comments are closed.