ଆସନ୍ତା ୨୪ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ପୁରୀ – ଆସନ୍ତା ୨୪ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ମେଘନାଦ ପାଚେରୀ କଡରୁ ୭୫ ମିଟର ପରିଧି ମଧ୍ୟରେ ଐତିହ୍ୟ ସୁରକ୍ଷା କରିଡର ନିର୍ମାଣ ପାଇଁ ଯୋଜନା ରହିଛି । ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଆଧାର କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ହେବ । ପ୍ରକଳ୍ପ ପାଇଁ ତିନି ଦିନ ଧରି ଯଜ୍ଞ କରାଯିବ । ୨୨ ତାରିଖରେ ଅଙ୍କୁରାରୋପଣ ଓ ୨୪ ତାରିଖରେ ପୂର୍ଣ୍ଣାହୂତି ହେବ । ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ କରିବେ । ତିନିଦିନ ଧରି ହେବାକୁ ଥିବା ଯଜ୍ଞ ଓ ୨୪ରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ।

Comments are closed.