ରାଜ୍ୟରେ ୨୦୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୦୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୨୧ ଓ ସ୍ଥାନୀୟ ଅଂଚଳରୁ ୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୨ ଜଣ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୦, କଟକରୁ ୧୫, ଯାଜପୁରରୁ ୧୨, ସୁନ୍ଦରଗଡୁ ୫, ଜଗତସିଂହପୁରରୁ ୪, ବାଲେଶ୍ୱରରୁ ୩, ଭଦ୍ରକରୁ ୩, ଗଞ୍ଜାମରୁ ୩, ଝାରସୁଗୁଡାରୁ ୩, ସମ୍ବଲପୁରରୁ ୩, କେନ୍ଦ୍ରାପଡାରୁ ୨, ଅନୁଗୁଳରୁ ୨, ବୌଦ୍ଧରୁ ୨, ଢେଙ୍କାନାଳରୁ ୧, କନ୍ଧମାଳରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୫ଟି ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଷ୍ଟେଟପୁଲ୍‌ରୁ ୨୭ଟି ମାମଲା ଆସିଛି ।

ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୫ ହଜାର ୮୬୨କୁ ବୃଦ୍ଧ ପାଇଛି । ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ହେଲା ୧୦ ଲକ୍ଷ ୩୪ ହଜାର ୭୫୯ । ରାଜ୍ୟରେ ୨ ହଜାର ୬୬୯ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.