ଲାଞ୍ଚ ନେବାବେଳେ ଧରାପଡିଲେ ରାଜସ୍ୱ ନିିରୀକ୍ଷକ | News Room Odisha

ଲାଞ୍ଚ ନେବାବେଳେ ଧରାପଡିଲେ ରାଜସ୍ୱ ନିିରୀକ୍ଷକ

କୋରାପୁଟ- ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ରାଜସ୍ୱ ନିରୀକ୍ଷକ । ସେମିିଳିଗୁଡା ତହସିଲ ଦୁଧାରୀ ଆର.ଆଇ ତନୟା ସ୍ୱାଇଁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଡୋଳିଆମ୍ବ ଗାଁର ଜୟରାମ ପାଙ୍ଗିଙ୍କଠାରୁ ଉତ୍ତରାଧିକାରୀ ପ୍ରମାଣପତ୍ର ରିପୋର୍ଟ ଦେବା ପାଇଁ ସେ ୧୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଦ୍ୱାରା ଧରାପଡିଥିଲେ । ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଏହି ମାମଲାରେ ତଦନ୍ତ ଜାରି ରଖିଥିବା ଭିଜିଲାନ୍ସ ଏସପି ବନମାଳି ପ୍ରଧାନ ସୂଚନା ଦେଇଛନ୍ତି ।