ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ ପ୍ରକାଶ, ପାସ ହାର ୬୮ ଦଶମିକ ୬୬ ପ୍ରତିଶତ

ଭୁବନେଶ୍ୱର- ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇଛି । ପାସ୍ ହାର ରହିଛି ୬୮ ଦଶମିକ ୬୬ ପ୍ରତିଶତ । ମୋଟ ୮ ହଜାର ୪୬୦ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ମୋଟ ୧୨ ହଜାର ୩୨୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଛାତ୍ରଙ୍କ ପାସହାର ୬୨ ଦଶମିକ ୭୧ ପ୍ରତିଶତ ଥିବା ବେଳେ ୬୭ ଦଶମିକ ୭୬ ପ୍ରତିଶତ ଛାତ୍ରୀ ପାସ୍ କରିଛନ୍ତି । କଳାରେ ୬ ହଜାର ୩୧୦, ବାଣିଜ୍ୟରେ ୪୨୨ ଓ ବିଜ୍ଞାନରେ ୧ ହଜାର ୫୦୧ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏଥର କୋରୋନା ଯୋଗୁଁ ଯୁକ୍ତ ଦୁଇ ପରୀକ୍ଷା ହୋଇ ନ ଥିଲା । ବିକଳ୍ପ ମୂଲ୍ୟାୟନରେ ରେଜଲ୍ଟ ବାହାରିଥିଲା । ତେବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଫଲାଇନ ପରୀକ୍ଷା ବ୍ୟବସ୍ଥା କରାଯାଇଥିଲା । ଗତ ଅକ୍ଟୋବର ମାସରେ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ହୋଇଥିଲା ।

Comments are closed.