ସାଧାରଣତଃ ଆମ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିଥାଏ ତାହା ହେଉଛି ଭଗବାନ କଣ ଆମଦ୍ବାରା ଅର୍ପିତ ଭୋଗ ଖାଇଥାଆନ୍ତି ? ଯଦି ଖାଉଥାନ୍ତି ତେବେ ସେ ବସ୍ତୁ କାହିଁକି ସମାପ୍ତ ହେଉନାହିଁ ? ଯଦି ନ ଖାଉଥାନ୍ତି ତେବେ ଭୋଗ ଲଗାଇବାରେ କଣ ବା ଲାଭ?
ଆପଣଙ୍କ ମନର ଦ୍ବନ୍ଦ ଦୂର କରିବାପାଇଁ ଆମେ ଏକ ଛୋଟ କାହାଣୀର ଅଵତାରଣ କରୁଛୁ। ଗୋଟିଏ ଶିଷ୍ୟ ପାଠପଢ଼ା ଭିତରେ ଗୁରୁଜୀଙ୍କୁ ଏହି ପ୍ରଶ୍ନଗୁଡିକ ପଚାରିଲା, ମାତ୍ର ଗୁରୁଜୀ ତତକ୍ଷଣାତ୍ କୌଣସି ଉତ୍ତର ଦେଲେ ନାହିଁ। ପୁର୍ବପରି ପଢାଇବାକୁ ଲାଗିଲେ। ସେହି ଦିନ ଗୁରୁଜୀ ଶେଷରେ ଗୋଟିଏ ଶ୍ଳୋକ ପଢାଇଲେ ;-
“ଓଁ ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣାତ ପୂର୍ଣ୍ଣମୁଦଚ୍ୟତେ।
ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବା ବଶିଷ୍ୟତେ।।”
ଏବଂ କହିଲେ ପୁସ୍ତକ ଦେଖି ଶ୍ଳୋକଟିକୁ କଣ୍ଠସ୍ଥ କରିବାକୁ। ଘଣ୍ଟାଏ ପରେ ଶିଷ୍ୟଟି ଶ୍ଳୋକଟିକୁ ଶୁଦ୍ଧ ଭାବରେ ଗୁରୁଜୀଙ୍କୁ ଶୁଣାଇଲା। ମାତ୍ର ଗୁରୁଜୀ ମୁଣ୍ଡ ହଲେଇ ନାହିଁ ନାହିଁ କଲେ। ଶିଷ୍ୟଟି କହିଲା, ଗୁରୁଜୀ ଆପଣ ପୁସ୍ତକ ଦେଖନ୍ତୁ, ମୁଁ ବିଲକୁଲ ଶୁଦ୍ଧ ଭାବରେ କଣ୍ଠସ୍ଥ କରିଛି। ତଥାପି ଗୁରୁଜୀ ସମ୍ମତି ପ୍ରଦାନ କଲେନାହିଁ।
ଗୁରୁଜୀ ପୁସ୍ତକ ଦେଖି କହିଲେ ଆରେ ଶ୍ଳୋକଟିତ ପୁସ୍ତକରେ ସେମିତି ଅଛି ତୋ ଦିମାଗକୁ କେମିତି ଚାଲିଗଲା ? ଶିଷ୍ୟଟି ଏହାର କୌଣସି ଉତ୍ତର ଦେଇ ପାରିଲା ନାହିଁ।
ତାପରେ ଗୁରୁଜୀ କହିଲେ “ପୁସ୍ତକରେ ଯେଉଁ ଶ୍ଳୋକଟି ଅଛି, ତାହା ସ୍ଥୂଳ ରୁପରେ ଅଛି। ତୁମେ ଯେତେବେଳେ ଶ୍ଳୋକଟି ପଢିଲ, ତାହା ସୂକ୍ଷ୍ମ ରୁପରେ ତୁମର ମସ୍ତିସ୍କରେ ପ୍ରବେଶ କଲା ଏବଂ ତାହା ସୂକ୍ଷ୍ମ ରୁପରେ ତୁମର ମସ୍ତିସ୍କରେ ରହିଲା। ତାକୁ ପଢି କଣ୍ଠସ୍ଥ କରିଦେଲା ପରେ ମଧ୍ୟ ପୁସ୍ତକରେ ସ୍ଥୂଳ ରୁପରେ ଥିବା ଶ୍ଳୋକଟିର କୌଣସି କମି ହୋଇନାହିଁ।”
ଠିକ୍ ଏହିପରି ବିଶ୍ବରେ ବ୍ଯାପ୍ତ ପରମାତ୍ମା ଆମ ଦ୍ୱାରା ଦିଆଯାଉଥିବା ଭୋଗକୁ ସୂକ୍ଷ୍ମ ରୁପରେ ଗ୍ରହଣ କରିଥାନ୍ତି ଏବଂ ଏଥିରେ ସ୍ଥୂଳ ରୁପରେ ଥିବା ବସ୍ତୁର କୌଣସି କମି ଦେଖାଯାଇନଥାଏ।ତାକୁହିଁ ଆମେ ପ୍ରସାଦ ରୁପରେ ଗ୍ରହଣ କରିଥାଉଁ ।
( ସଂଗୃହିତ )