ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ

ପୁରୀ- ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ଆଜି ସକାଳେ ପତ୍ନୀଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର । ସିଂହଦ୍ୱାର ନିକଟରେ ଆରବିଆଇ ଗଭର୍ଣ୍ଣରଙ୍କୁ ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅଧକାରୀ ଶୁଭ୍ରାଂଶୁ ପାଢୀ, ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାଶ ମହାପାତ୍ର ସ୍ୱାଗତ କରିଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଉପସ୍ଥିତ ପ୍ରଶାସନିକ ଅଧିକାରୀ ଓ ଶ୍ରୀମନ୍ଦିର ସେବାୟତଙ୍କୁ ଐତିହ୍ୟ କରିଡର ସଂପର୍କରେ ପଚାରି ବୁଝିଥିଲେ ଶକ୍ତିକାନ୍ତ ଦାଶ ।

Comments are closed.