ଶ୍ରୀମନ୍ଦିର ପରିକ୍ରମା ପାଚେରୀ ଚାରିପାଖେ ଜଳିଲା ୩ ହଜାର ଦୀପ | News Room Odisha

ଶ୍ରୀମନ୍ଦିର ପରିକ୍ରମା ପାଚେରୀ ଚାରିପାଖେ ଜଳିଲା ୩ ହଜାର ଦୀପ

ପୁରୀ – ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ଶିଳାନ୍ୟାସ ଉତ୍ସବ ଅନ୍ତର୍ଗତ ଆଜି ମେଘନାଦ ପାଚେରୀ ଚାରିପାଖେ ୩ ହଜାର ଦୀପ ଲଗାଯାଇଛି । ମଙ୍ଗଳବାର ଦିନ ୪ ହଜାରରୁ ଅଧିକ ଦୀପ ଜଳାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ଭୂମି ପୂଜା ପୂର୍ବରୁ ଆଜି ତିନିଦିନିଆ ଯଜ୍ଞ ଆରମ୍ଭ ହୋଇଛି । ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥ ହେରିଟେଜ କରିଡର ପ୍ରୋଜେକ୍ଟ ପାଇଁ ଭୂମି ପୂଜନ କରିବେ ।