ଜୁନିଅର ବିଶ୍ୱକପ୍ ହକି : ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ହରାଇଲା ବେଲଜିୟମ, ସଂଧ୍ୟାରେ ଭାରତ-ଫ୍ରାନସ ମୁକାବିଲା

ଭୁବନେଶ୍ୱର- କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ଜୁନିଅର ବିଶ୍ୱକପ୍ ହକି । ଆଜିର ପ୍ରଥମ ମ୍ୟାଚରେ ବେଲଜିୟମ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କରିଛି । ବେଲଜିୟମ ଗତଥରର ସଂସ୍କରଣରେ ଭାରତଠାରୁ ହାରି ରନର୍ସଅପ୍ ହୋଇଥିଲା । ବେଲଜିୟମ ପକ୍ଷରୁ ଆଜି ଡି. ରୋମାନ ସର୍ବାଧିକ ୨ଟି ଗୋଲ୍ ସ୍କୋର କରିଥିଲେ । ଡିଫେଣ୍ଡିଂ ଚାମ୍ପିଅନ ଭାରତ, ଫ୍ରାନସ୍ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ । ଭାରତ- ଫ୍ରାନସ ମ୍ୟାଚ୍ ଆଜି ସଂଧ୍ୟା ସାଢେ ୭ଟାରେ ଖେଳାଯିବ ।

Comments are closed.