ଶ୍ରୀକ୍ଷେତ୍ରର ରହିଛି ବୟାଳିଶିଟି ନାମ

ଶ୍ରୀକ୍ଷେତ୍ର ପୁରୀର ନାମ ପରିବର୍ତ୍ତନକୁ ନେଇ ବର୍ତ୍ତମାନ ଏକ ବିତର୍କ ସୃଷ୍ଟି ହୋଇଛି। ଅନେକ ଗବେଷକ, ଚିନ୍ତାନାୟକ, ବୁଦ୍ଧି ଜୀବି ନିଜ ନିଜ ମତ ପୋଷଣ କରିଛନ୍ତି। ଆମର ହସ୍ତଗତ ହୋଇଥିବା ଏହି ତଥ୍ୟଟି ଜଣେ ଗବେଷକଙ୍କ। ଅବଶ୍ୟ ଏହା କେଉଁ ଗ୍ରନ୍ଥ ଆଧାରରେ ଏହାକୁ ଉପସ୍ଥାପନା କରିଛନ୍ତି ତାହା ସିଏ ଉଲ୍ଲେଖ କରି ନାହାନ୍ତି। ତଥାପି ଏହାଭିତରେ ଥିବା ଅନେକ ନାମ ଆମ ପରିଚିତ। ତେବେ ଆସନ୍ତୁ ଜାଣିବା ତାଙ୍କ ଉପସ୍ଥାପିତ ଶ୍ରୀକ୍ଷେତ୍ର ପୁରୀର ପ୍ରାଚୀନ୍ନ ବୟାଳିଶିଟି ନାମ କଣ ରହିଥିଲା।

ଭାରତର ଚାରିଧାମ ମଧ୍ୟରୁ ଶ୍ରେଷ୍ଠଧାମ ହେଉଛି ଶ୍ରୀଜଗନ୍ନାଥ ଧାମ ପୁରୀ। ଏହା ଶ୍ରୀକ୍ଷେତ୍ର ଓ ତୀର୍ଥ ନାମରେ ମଧ୍ୟ ପରିଚିତ । ଏହି ଧାମର ରହିଛି ବୟାଳିଶିଟି ନାମ । ଭାରତରେ ଏହା ଏକ ବିରଳ ଦୃଷ୍ଟାନ୍ତ । କୌଣସି ଧାମ, କ୍ଷେତ୍ର ବା ତୀର୍ଥର ବୟାଳିଶିଟି ନାମ ରହିଥିବାର ଜଣାଯାଇ ନାହିଁ । ଏହା ହିଁ ସୂଚାଇ ଦିଏ ମହାପ୍ରଭୁଙ୍କ ଧାମର ପ୍ରାଚୀନ ଐତିହ୍ୟକୁ ।ଏହିନାମ ଗୁଡ଼ିକୁ ଅନୁଶୀଳନ କଲେ ଜଣାଯାଉଛି ଏସବୁ ଶାସ୍ତ୍ରୀୟ-ଐତିହାସିକ- ଦାର୍ଶନିକ ଭିତ୍ତିଭୁମି ଉପରେ ପର୍ଯ୍ୟବଶିତ। ସମସ୍ତ ନାମର ପଛରେ ଏକସୁଦୀର୍ଘ ପ୍ରାଚୀନ ପରମ୍ପରା ରହିଥିବା ଜଣାଯାଏ । ପ୍ରତ୍ୟେକ ନାମକୁ ନେଇ ଗୋଟିଏ ଗୋଟିଏ ମାନ, ଗବେଷଣାପ୍ରବନ୍ଧ ସୃଷ୍ଟି ହୋଇପାରିବ ।

ଶ୍ରୀକ୍ଷେତ୍ର ପୁରୀର ପ୍ରାଚୀନ୍ନ ବୟାଳିଶିଟି ନାମ ହେଉଛି :- (୧) ଭଦ୍ରକ୍ଷେତ୍ର, (୨) ଉଡ୍ରପୀଠ, (୩) ଉଡ୍ଡାୟାନ ପୀଠ, (୪) ଓତ୍ୟାଣ ପୀଠ, (୫) କମ୍ବୁ କଟକ, (୬) ଖେତ୍ରା, (୭) ଚରିତ୍ରପୁର, (୮) ଚେଳିଚିତଳ, (୯) ଚେଳିଟାଲୋ, (୧୦) ଦଶାବତାର କ୍ଷେତ୍ର, (୧୧) ନୀଳାଚଳ, (୧୨) ନୀଳଗିରି, (୧୩) ନୀଳକନ୍ଦର ଧାମ, (୧୪) ନୀଳଶୈଳ, (୧୫) ନୀଳାଦ୍ରି,
(୧୬) ନୀଳସୁନ୍ଦର ପର୍ବତ, (୧୭) ନୀଳସୁନ୍ଦର ଭୂମି, (୧୮) ନିର୍ବାଣ ଧାମ, (୧୯) ନୀଳାଖ୍ୟଶୈଳ, (୨୦) ପୁରୀ, (୨୧) ପୁରସ୍ତମ, (୨୨) ପୁରୁଷୋତ୍ତମକ୍ଷେତ୍ର, (୨୩) ପତିତପାବନକ୍ଷେତ୍ର, (୨୪) ପାଦପୀଠ, (୨୫) ବିମଳା ‌କ୍ଷେତ୍ର (୨୬) ବୈକୁଣ୍ଠ ପୁରୀ (୨୭) ଭୁସ୍ୱଗ (୨୮) ଭୌମକ୍ଷେତ୍ର (୨୯) ମର୍ତ୍ତ୍ୟ ବୃନ୍ଦାବନ (୩୦) ମର୍ତ୍ତ୍ୟ ବୈକୁଣ୍ଠ (୩୧) ଯାମନିକ ତିର୍ଥ (୩୨) ଶଙ୍ଖକ୍ଷେତ୍ର (୩୩) ଶଙ୍ଖନାଭି ମଣ୍ତଳ (୩୪)ଶଙ୍ଖନାଭି କ୍ଷେତ୍ର ( ୩୫) ଶଙ୍ଖବର୍ତ୍ତି ମଣ୍ତ୍ରଳ(୩୬) ଶ୍ରୀକ୍ଷେତ୍ର (୩୭) ଶ୍ରୀ ଜଗନ୍ନାଥ ଧାମ (୩୮) ଶ୍ରୀଧାମ (୩୯) ଶ୍ରୀପୁରୁଷୋତ୍ତମ ଆଳୟ (୪୦) ଶ୍ରୀଭୁମି (୪୧)ଶ୍ରୀପିଠ (୪୨) ଶ୍ରୀପୁରୁଷୋତ୍ତମ..

( ସଂଗୃହିତ )

Comments are closed.