ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ପୁଣି ୩ ଶହ ଉପରେ, ୩୩୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ଅନେକ ଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୩ ଶହ ଉପରେ ରହିିଛି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୩୫ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୧୯୭ ଓ ସ୍ଥାନୀୟ ଅଞ୍ଚଳରୁ ୧୩୮ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪୭ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୧, ସମ୍ବଲପୁରରୁ ୫୧, କଟକରୁ ୨୧, ବାଲେଶ୍ୱରରୁ ୧୩, ମୟୂରଭଞ୍ଜରୁ ୧୨, ଯାଜପୁରରୁ ୧୦, କେନ୍ଦ୍ରାପଡାରୁ ୮, ସୁନ୍ଦରଗଡରୁ ୮, ଜଗତସିଂହପୁରରୁ ୬, ପୁରୀରୁ ୬, ଝାରସୁଗୁଡାରୁ ୫, କେନ୍ଦୁଝରରୁ ୩, ଢେଙ୍କାନାଳରୁ ୩, ବରଗଡରୁ ୩, ଭଦ୍ରକରୁ ୩, ବୌଦ୍ଧରୁ ୨, ନୟାଗଡରୁ ୨, ସୋନପୁରରୁ ୧, ରାୟଗଡାରୁ ୧, ଦେବଗଡରୁ ୧, ଅନୁଗୁଳରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯ ଜିଲ୍ଲାରୁ ଗତ ୨୪ ଘଣ୍ଟାରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ବେଳେ ଷ୍ଟେଟ ପୁଲରୁ ଚିହ୍ନଟ ହୋଇଛନ୍ତି ୩୪ ।

ରାଜ୍ୟରେ ଏ ଯାଏଁ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୮ ହଜାର ୯କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୧୦ ୩୭ ହଜାର ୧୫୨ ସୁସ୍ଥ ହୋଇସାରିଛନ୍ତି । ୨ ହଜାର ୪୦୩ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.