ଜୁନିଅର ବିଶ୍ୱକପ୍ ହକି : ଇଜିପ୍ଟ ବିପକ୍ଷରେ ଆର୍ଜେଂଟିନାର ବୃହତ ବିଜୟ

ଭୁବନେଶ୍ୱର- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିଅର ବିଶ୍ୱକପ୍ ହକିର ଆଜି ଦ୍ୱିତୀୟ ଦିନ । ଆଜି ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଆର୍ଜେଂଟିନା ବିଜୟୀ ହୋଇଛି । ଆର୍ଜେଂଟିନା , ଇଜିପ୍ଟ ବିପକ୍ଷରେ ବୃହତ ବିଜୟ ହାସଲ କରିଛି । ୧୪-୦ ଗୋଲରେ ବିଜୟୀ ହୋଇଛି ଆର୍ଜେଂଟିନା । ଆଜି ଭାରତୀୟ ଦଳ ତାହାର ଦ୍ୱିତୀୟ ଗ୍ରୁପ୍ ମ୍ୟାଚ ଖେଳିବ । ପ୍ରଥମ ମ୍ୟାତରେ ଭାରତ ଗତକାଲି ଫ୍ରାନସଠାରୁ ଅଳ୍ପକେ ପରାସ୍ତ ହୋଇଥିଲା । ଆଜି ଭାରତ କାନାଡକୁ ଭେଟିବ । ପ୍ରଥମ ମ୍ୟାଚରେ ହାରିଥିବାରୁ ଭାରତ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ।

Comments are closed.