ଅର୍ଥ ହେରଫେର ମାମଲାରେ ଇଡିରେ ହାଜରେ ହେଲେ ଅଭୟ ପାଠକ

ଭୁବନେଶ୍ୱର – ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡିରେ ହାଜର ହୋଇଛନ୍ତି ପୂର୍ବତନ ଆଇଏଫଏସ ଅଭୟ ପାଠକ । ଅର୍ଥ ହେରଫେର ମାମଲାରେ ତାଙ୍କୁ ଜେରା କରୁଛି ଇଡି । ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ଅଭୟ ପାଠକ । ତାଙ୍କ ପୁଅ ଆକାଶ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ବି ଅର୍ଥ ହେରଫେର ମାମଲାର ଯାଂଚ ଚାଲିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ, ଟାଟାରେ ଚାକିରୀ ଦେବା ନାଁରେ ଠକେଇ ଭଳି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିନିଅର ପାଠକଙ୍କୁ ପଚରାଉଚରା କରୁଛି । ଏଣେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅକୁ ଇଡି ସମନ କରଥିଲେ ମଧ୍ୟ ସେମାନେ ହାଜର ହୋଇନାହାନ୍ତି ।

Comments are closed.