ଟଙ୍କା ହଡପ ଅଭିଯୋଗରେ ବନ୍ଧା ହେଲେ ଚିଟଫଣ୍ଡ କଂପାନିର ନିର୍ଦ୍ଦେଶକ

ଭୁବନେଶ୍ୱର- ଟଙ୍କା ହଡପ ଅଭିଯୋଗରେ ବନ୍ଧା ହେଲେ ଚିଟଫଣ୍ଡ କମ୍ପାନିର ନିର୍ଦ୍ଦେଶକ । ଆକାଶ ଇଣ୍ଡିଆ ମଲଟି କଂପ୍ଲେକ୍ସ ଲିମିଟେଡ ସଂସ୍ଥାର ନିର୍ଦ୍ଦେଶକ ସୁଦର୍ଶନ ସେନାପତିଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା-ଇଓଡବ୍ଲୁ ଗିରଫ କରିଛି । ୨୦୧୧ ମସିହାରୁ ୨୦୧୬ ମଧ୍ୟରେ ବିଭିନ୍ନ ଲୋଭନୀୟ ସ୍କିମ ଜରିଆରେ ସୁଦର୍ଶନ ପ୍ରାୟ ୩ କୋଟି ଟଙ୍କା ହଡପ କରିଥିବା ନେଇ ଇଓଡବ୍ଲୁରେ ଅଭିଯୋଗ ହୋଇଥିଲା । ସେହି ସମୟ ମଧ୍ୟରେ ସେ କମ୍ପାନିର ନିର୍ଦ୍ଦେଶକ ଥିଲେ ।

Comments are closed.