ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -୫ ଫଳାଫଳ : ଖାଦ୍ୟ-ପୋଷଣ ସୂଚକାଙ୍କରେ ଓଡିଶାର ଉଲ୍ଲେଖନୀୟ ଅଗ୍ରଗତି

ଭୁବନେଶ୍ୱର- ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -୫ ଫଳାଫଳ ପ୍ରକାଶ ପାଇଛି । ଖାଦ୍ୟ-ପୋଷଣ ସୂଚକାଙ୍କରେ ଓଡିଶା ଅଗ୍ରଗତି କରିଥିବା ସର୍ବେକ୍ଷଣରୁ ଜଣାପଡିଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -୪ ତୁଳନାରେ ଶିଶୁଙ୍କ ଟିକାକରଣ କ୍ଷେତ୍ରରେ ଓଡିଶାର ଉଲ୍ଲେଖନୀୟ ଉନ୍ନତ ହୋଇଛି । ସଦ୍ୟତମ ସର୍ବେକ୍ଷଣ ଅନୁସାରେ ରାଜ୍ୟରେ ୯୦ ଦଶମିକ ୭୫ ପ୍ରତିଶତ ଶିଶୁଙ୍କର ସଂପୂର୍ଣ୍ଣ ଟିକାକରଣ କରାଯାଇଛି । ଉପଯୁକ୍ତ ପୋଷଣ ଅଭାବରୁ ବୟସାନୁପାତରେ ଉଚ୍ଚତା କମ୍ ରହୁଥିବା ପିଲାଙ୍କ ସଂଖ୍ୟା ପୂର୍ବାପେକ୍ଷା ଏଥର ୩ ଦଶମିକ ୧ ପ୍ରତିଶତ କମିଛି । ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ୍ୟୁ ସମ୍ଭାବନା ଥିବା ଶିଶୁଙ୍କ ପ୍ରତିଶତ ୨ ଦଶମିକ ୩ ପ୍ରତିଶତକୁ ହ୍ରାସ ପାଇଛି । କମ୍ ଓଜନ ଶିଶୁଙ୍କ ସଂଖ୍ୟା ୪ ଦଶମିକ ୭ ପ୍ରତିଶତ କମିଥିବା ସର୍ବେକ୍ଷଣରୁ ଜଣାପଡିଛି ।

ଶିଶୁ ଜନ୍ମପରେ ପ୍ରଥମ ସ୍ତନ୍ୟପାନ କରିଥିବା ଶିଶୁଙ୍କ ସୂଚକାଙ୍କ ସର୍ବେକ୍ଷଣ-୪ରେ ୬୫ ଦଶମିକ ୬ ଥିବା ବେଳେ ଏଥର ତାହା ବୃଦ୍ଧି ପାଇ ୭୨ ଦଶମିକ ୯ ପ୍ରତିଶତକୁ ବୃଦ୍ଧି ପାଇଛି ।

Comments are closed.