ଆଇଟିଡିଏ ସହକାରୀ ଯନ୍ତ୍ରୀଙ୍କ ଅମାପ ଧନସଂପତ୍ତି ଠାବ କଲା ଭିଜିଲାନ୍ସ

ବାରିପଦା- ଆୟ ବହିର୍ଭୂତ ସଂପତ୍ତି ମାମଲାରେ ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ବିରୋଧରେ ଭିଜିଲାନ୍ସ ଚଢାଉରୁ ଅମାପ ଧନସଂପତ୍ତି ଠାବ ହୋଇଛି । ଏ ଯାଏଁ ନଗଦ ୧୩ ଲକ୍ଷ ୬ ହଜାର ଟଙ୍କା ଜବତ କରାଯାଇଛି । ଭୁବନେଶ୍ୱର ବଡଗଡରେ ତାଙ୍କର ୫୬ ଲକ୍ଷ ୬୨ ହଜାର ହଜାର ମୂଲ୍ୟର ଏକ ୪ ମହଲା କୋଠା, ଭୁବନେଶ୍ୱରର ଶୈଳଶ୍ରୀ ବିହାରରେ ଏକ ଫ୍ଲାଟ୍ ଓ କଳିଙ୍ଗ ବିହାରରେ ନିର୍ମାଣାଧୀନ ଘର ରହିଛି ।

ବାଲେଶ୍ୱରରେ ସନ୍ତୋଷଙ୍କ ନାଁରେ ଏକ ୪ ମହଲା କୋଠା ଓ ୩ଟି ପ୍ଲଟ ଠାବ ହୋଇଛି । ଗୋଟିଏ ୪ ଚକିଆ ଓ ୩ଟି ଦୁଇ ଚକିଆ ଯାନ ଠାବ କରିଛି ଭିଜିଲାନ୍ସ ବିଭାଗ । ସନ୍ତୋଷଙ୍କ ବାଲିଆପାଳ ବଢାପାଳର ପୈତୃକ ଘର, ପିତିନାରେ ଥିବା ଶ୍ୱଶୁର ଘର,ଏଲଆଇସି କଲୋନୀରେ ଜ୍ୱାଇଁଙ୍କ ଭଡା ଘର ଓ ବାଲିଆପାଳ ଡୁଡପାଳରେ ଥିବା ଜ୍ୱାଇଁଙ୍କ ପୈତୃକ ଘରେ ରେଡ୍ ଚାଲିଛି ।

Comments are closed.