ନିଶା ମାଫିଆଙ୍କ ୨ କୋଟି ୩୦ ଲକ୍ଷ ଟଙ୍କାର ସଂପତ୍ତି ବାଜ୍ୟାପ୍ତି କଲା ପୋଲିସ

ଖୋର୍ଦ୍ଧା – ସାମନ୍ତରାପୁର ନିଶା ମାଫିଆ ସୋମନାଥ ଭୂଜବଳର ସଂପତ୍ତି ଜବତ କରିଛି ପୋଲିସ । ବ୍ରାଉନ ସୁଗାର ବ୍ୟବସାୟୀର ୨ କୋଟି ୩୪ ଲକ୍ଷ ଟଙ୍କାର ସଂପତ୍ତି ଜବତ ହୋଇଛି । ଜବତ ସଂପତ୍ତି ମଧ୍ୟରେ ସୋମନାଥ ଓ ତାଙ୍କ ସଂପର୍କୀୟଙ୍କ ନାଁରେ ଥିବା କୋଠାବାଡି ରହିଛି । ୧ କୋଟି ୧୦ ଲକ୍ଷ ଟଙ୍କା ମୂଲ୍ୟର କୋଠାଗାଡି ଜବତ ହୋଇଛି । ୧୩ ଲକ୍ଷ ୫୦ ହଜାର ଟଙ୍କାର ଗହଣା ଜବତ ହୋଇଛି । ନଗଦ ୩ ଲକ୍ଷ ୫୪ ହଜାର ଟଙ୍କା ସହ ୨୪ ଲକ୍ଷର ଦୋକାନ ଘର ଓ ୧୧ଟି ଗାଡି ଜବକ କରିଛି ପୋଲିସ । ଏସପିଙ୍କ ସୁପାରିଶରେ ଜବତ ସଂପତ୍ତିକୁ ବାଜ୍ୟାପ୍ତି କରିଛି ପୋଲିସ । ପୁରୀ ବାସେଳି ସାହିର ଏକ ଫୌଜଦାରୀ ମାମଲାରେ ଉଭୟ ସୋମନାଥ ଓ ତାଙ୍କ ବାପା ଜେଲରେ ଅଛନ୍ତି ।

Comments are closed.