ସ୍କୁଲ ରୂପାନ୍ତରଣ : ରକ୍ଷଣାବେକ୍ଷଣ ଓ ସୁପରିଚାଳନା ପାଇଁ ଗଠନ ହେଲା ୬ଟି ଟାସ୍କଫୋର୍ସ

ଭୁବନେଶ୍ୱର – ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ରୂପାନ୍ତରିତ ସ୍କୁଲଗୁଡିକର ସୁପରିଚାଳନା ପାଇଁ ପ୍ରସ୍ତୁତ ହୋଇଛି ଏକ ଦୀର୍ଘ ମିଆଦୀ ଯୋଜନା । ରୂପାନ୍ତରିତ ସ୍କୁଲଗୁଡିକର ରକ୍ଷଣାବେକ୍ଷଣ ଓ ସୁପରିଚାଳନା ବ୍ୟବସ୍ଥା ଉଦ୍ଦେଶ୍ୟରେ ସରକାରୀସ୍ତରରେ ୬ଟି ଟାସ୍କଫୋର୍ସ ଗଠନ କରାଯାଇଛି । ବିଭିନ୍ନ ଟାସ୍କ ଫୋର୍ସକୁ ଭିନ୍ନ ଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲଗୁଡିକର ରକ୍ଷଣାବେକ୍ଷଣ ପାଇଁ ଟାସ୍କଫୋର୍ସ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଧାରିତ ସମୟରେ ପ୍ରଥମ ପର୍ଯ୍ୟାୟର ସ୍କୁଲ ରୂପାନ୍ତରଣ କାମ ଶେଷ ହେବା ସହ ଟାସ୍କ ଫୋର୍ସ ମଧ୍ୟ ଗଠନ ହୋଇଛି । ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ତିନିଟି ପର୍ଯ୍ୟାୟରେ ୮ ହଜାର ସ୍କୁଲର ରୂୂପାନ୍ତରଣ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧ ହଜାର ୭୨ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଛି ।

Comments are closed.