ମହାନଦୀରେ ଟ୍ରାଜେଡି : ବୁଡିଗଲେ ଚାରି ଛାତ୍ର, ତିନି ଜଣଙ୍କ ମୃତଦେହ ଉଦ୍ଧାର

କଟକ- କଟକ ଭଦିମୂଳ ଘାଟ ମହାନଦୀରେ ୪ ଜଣ ଛାତ୍ର ବୁଡିଯିବା ଘଟଣାରେ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକମାନେ ହେଲେ ଜଗା ବେହେରା, ଆକାଶ ବାହାଲିଆ ଓ ଚନ୍ଦନ ବେହେରା । ଗତରାତିରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ୨ ଜଣଙ୍କର ଶବ ମିିଳିଛି । ଅନ୍ୟ ଜଣେ ଛାତ୍ର ଶୁଭମ ସେଠୀ ଏବେ ବି ନିଖୋଜ ଅଛନ୍ତି । ତାଙ୍କୁ ଖୋଜିବା ପାଇଁ ତଲାସୀ ଅଭିଯାନ ଜାରି ରହିଛି । ତିନି ମୃତକ ଓ ନିଖୋଜ ଛାତ୍ର ସମସ୍ତେ କଟକ ନୂଆବଜାର ପୋଡାପୋଖରୀ ଅଞ୍ଚଳର । ସେମାନେ ସମସ୍ତେ ଅଷ୍ଟମ ଶ୍ରେଣୀର ଛାତ୍ର । ଗତକାଲି ସେମାନେ ସାଇକେଲ ଯୋଗେ ସ୍କୁଲ ଯାଇ ଘରକୁ ଫେରିଥିଲେ । ପରେ ସମସ୍ତେ ଡକାଡକି ହୋଇ ଭେଦିମୂଳ ଘାଟକୁ ଯାଇଥିଲେ । ବିଳମ୍ବିତ ସଂଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ମହାନଦୀ ଘାଟରେ ସେମାନଙ୍କର ସାଇକେଲ ଥିବା ଦେଖିବାକୁ ମିଳିଥିଲା । ପରେ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାର ଉଦ୍ଧାର କରାଯାଇଥିଲା । ତାଙ୍କୁ ଏସସସିବିରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

Comments are closed.