ଦେଢ କୋଟିରୁ ଅଧିକ ଲୋକ ନେଲେଣି ଦୁଇ ଡୋଜ କୋଭିଡ ଟିକା, ସଫଳତା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ସାବାସୀ ଦେଲେ ନବୀନ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସ୍ଥାପନ ହୋଇଛି । ରାଜ୍ୟରେ ଦେଢ କୋଟିରୁ ଅଧିକ ଯୋଗ୍ୟ ଲୋକଙ୍କ ସଂପୂର୍ଣ୍ଣ ଟିକାକରଣ ହୋଇଛି । ଅର୍ଥାତ ସେମାନେ ଟିକାର ଦୁଇଟିଯାକ ଡୋଜ୍ ନେଇସାରିଛନ୍ତି । ଏହି ସଫଳତାରେ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୂଲ୍ୟବାନ ଜୀବନ ବଂଚାଇବାକୁ ସ୍ୱାସ୍ଥ୍ୟକର୍ମୀଙ୍କ କଠୋର ପରିଶ୍ରମ ଓ ନିଷ୍ଠା ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.