କୋରୋନାର ନୂଆ ଭାରିଆଂଟ୍ ନେଇ ଚିନ୍ତା, ଖୁବ୍ ଶୀଘ୍ର ଆସିବ ଗାଇଡଲାଇନ୍‌

ଭୁବନେଶ୍ୱର – ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କୋରୋନାର ନୂଆ ଭାରିଆଂଟ ନେଇ ବିଶ୍ୱବ୍ୟାପୀ ଚିନ୍ତା ପ୍ରକାଶ ପାଇଛି । ଏହି ନୂଆ ଭାରିଆଂଟର ନାନ ଓମିକ୍ରନ ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହି ଭାରିଆଂଟ ନେଇ ରାଜ୍ୟରେ ମଧ୍ୟ ଚିନ୍ତା ପ୍ରକାଶ ପାଇଛି । ସନ୍ଦିଗ୍ଧ ଓ ସଂକ୍ରମିତ ଦେଶରୁ ଆସୁଥିବା ସବୁ ଯାତ୍ରୀଙ୍କ ଉପରେ ନଜର ରଖାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ବିଦେଶରୁ ଆସୁଥିବା ସବୁ ଯାତ୍ରୀଙ୍କ କୋଭିଡ ଟେଷ୍ଟ୍ ଓ କ୍ୱାରେଂଟାଇନ ବାଧ୍ୟତାୂଳକ ହେବ ବୋଲି ସେ କହିଛନ୍ତି । ଏଥିପାଇଁ ନୂଆ ଗାଇଡଲାଇନ ଆସିବ ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.